ଓଡ଼ିଶାଲାଇଭ ବ୍ୟୁରୋ

ବିଲ ଭିତରୁ ଉଦ୍ଧାର ହେଲା ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳ ଗାଁରେ।

କାଲିଠୁ ବିଲକୁ ଯାଇ ସ୍ଵାମୀ, ସ୍ତ୍ରୀ ନିଖୋଜ ହୋଇଯାଇଥିଲେ। ତେବେ ଆଜି ତାଙ୍କ ମୃତଦେହକୁ ଗ୍ରାମବାସୀ ବିଲରେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

Comment