ଓଡ଼ିଶାଲାଇଭ ବ୍ୟୁରୋ 

ବାଲେଶ୍ଵର ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ ହେବା ଘଟଣା ତ୍ରୀବ୍ର ରୂପ ନେଇଛି। ତହସିଲଦାରଙ୍କୁ ବିଧାୟକଙ୍କ ସମର୍ଥକମାନେ ତାଲା ପକାଇ ଦେଇଛନ୍ତି। ଏହାସହ ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଧାୟକ ସୁକାନ୍ତ କୁମାର ନାୟକ ଓ ସମର୍ଥକମାନେ ଧାରଣାରେ ବସିଛନ୍ତି।

ସମାଧାନ ପାଇଁ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଆଲୋଚନା ଜାରି ରଖିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ନୀଳଗିରି କୋର୍ଟ ପରିସରରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଶୁକ୍ରବାର ସକାଳେ ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି କୋର୍ଟ ପରିସରରେ ଥିବା ମୋହରିମାନଙ୍କ ଚାଳିଆକୁ ଜେସିବି ଲଗାଇ ଭଙ୍ଗା ଯାଇଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପହଞ୍ଚି ତହସିଲଦାରଙ୍କ ସହ କଥା ହେବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

Comment