ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୂଜା ବଜାରରେ ଦର୍ଶକଙ୍କୁ ମିଳିବ ଭରପୂର ମନୋରଞ୍ଜନ। ଓଡ଼ିଆ ପରଦାରେ ମୁକ୍ତିଲାଭ ହେଲା ତରଙ୍ଗ ସିନେ ପ୍ରଡକ୍ସନ୍‌ର ଫିଲ୍ମ ମିଷ୍ଟର ମଜନୁ। ଦର୍ଶକେ ଫିଲ୍ମରେ ବାବୁସାନ୍‌ଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ।

ଏହି ଫିଲ୍ମରେ ବାବୁସାନ ତିନି ତିନି ଜଣ ହିରୋଇନ୍‌ଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ସିତଲ, ସୂର୍ଯ୍ୟମୟୀ ଓ ଦିବ୍ୟାଙ୍କ ସହ ବାବୁସାନଙ୍କୁ ଦେଖିବାକୁ ପାଇବେ ଦର୍ଶକେ। ଏହି ଫିଲ୍ମରେ ବାବୁସାନ ପ୍ରଥମ ଥର ପାଇଁ ଖଳନାୟକ ରାଇମୋହନ ପରିଡ଼ାଙ୍କ ସହ ଦେଖିବାକୁ ପାଇବେ। ଏହାସହ ଫିଲ୍ମରେ ରାଇମୋହନଙ୍କ ଦମଦାର ଅଭିନୟର ଯାଦୁ ପୁଣିଥରେ ଦେଖିବାକୁ ପାଇବେ ଓଡ଼ିଆ ସିନେମା ଦର୍ଶକ।

ଏହାସହ ଏହି ଫିଲ୍ମରେ ବାବୁସାନଙ୍କ ନୂଆ ବଡି ଫିଗରରେ ଦର୍ଶକ ଦେଖିବାକୁ ପାଇବେ।

ମିଷ୍ଟର ମଜନୁରେ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ବାପୁ ଗୋସ୍ଵାମୀ ଏବଂ ନିର୍ମଳ ନାୟକ ଏହାର ଗୀତିକାର।

Comment