ଓଡ଼ିଶାଲାଇଭ୍ ବ୍ୟୁରୋ

ବାପା ହେଲେ ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ। ଶନିବାର ରାହାଣେଙ୍କ ପତ୍ନୀ ରାଧିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ହରଭଜନ ସିଂହ ଟୁଇଟରରେ ରାହାଣେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ହରଭଜନ ସିଂ ଶନିବାର ଟୁଇଟରରେ କହିଛନ୍ତି, “ନୂଆ କରି ବାପା ହେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ଶୁଭେଚ୍ଛା। ଆଶା କରୁଛି ଉଭୟ ମା ଓ ନହ୍ନିପରୀ ଭଲରେ ଥିବେ। ଜୀବନର ଏହି ସଫଳ ମୁହୁର୍ତ୍ତ ଏବେ ଆରମ୍ଭ ହେଲା।”

ରାହାଣେ ୨୦୧୪ ମସିହାରେ ତାଙ୍କ ପିଲା ଦିନର ସାଙ୍ଗ ରାଧିକାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଉଭୟ ସ୍କୁଲ ଜୀବନରୁ ଭଲ ସାଙ୍ଗ ରହି ଆସିଥିଲେ। ଗତ କିଛି ଦିନ ତଳେ ରାଧିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଗର୍ଭାବସ୍ଥା ହେବା ବେଳର ଫଟୋ ଶେୟାର କରିଥିଲେ।

ରାଧିକାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ହରଭଜନ ସିଂହ, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ଭଳି ଭାରତୀୟ କ୍ରିକେଟର କନ୍ୟା ସନ୍ତାନର ବାପା ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here