ଓଡ଼ିଶାଲାଇଭ ବ୍ୟୁରୋ

ବଜ୍ରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ପଦ୍ମପୁରରେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ନିକଟସ୍ଥ ବିଲରେ ୨ ଜଣ ଶ୍ରମିକ କାମ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରମିକ ଦୁଇଜଣଙ୍କ ଘର ବାଉଁଶଗଡ଼ରେ ବୋଲି ଜଣାପଡ଼ିଛି।

Comment