ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀର ପାଇଁ ଭିଟାମିନ୍ ବି-୧୨ ଏକ ମହତ୍ୱପୂର୍ଣ୍ଣ ଉପାଦାନ। ଏହା ଶରୀରରେ ଲାଲ ରକ୍ତ କୋଷିକାକୁ ତିଆରି କରିବାରେ ସାହାଯ୍ୟ କରିଥାଏ। ଭିଟାମିନ୍ ବି-୧୨ର ଅଭାବ ହେଲେ ଶରୀରରେ ଏନିମିଆ ଭଳି ସମସ୍ୟା ଦେଖାଦିଏ। ଭିଟାମିନ୍-ବି୧୨ ଅଭାବରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ। ତେଣୁ ଭିଟାମିନ୍‌ ବି-୧୨ ଅଭାବ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

ଭିଟାମିନ୍ ବି-୧୨ ଅଭାବ ଲକ୍ଷଣ

ଭିଟାମିନ୍ ବି-୧୨ ଅଭାବର ୩ଟି ଲକ୍ଷଣ ରହିଛି।

ତ୍ୱଚା ହଳଦିଆ ପଡ଼ିବା ଭିଟାମିନ୍ ବି-୧୨ ଅଭାବର ଗୋଟିଏ ସଙ୍କେତ। ଅତ୍ୟଧିକ ହଳଦିଆ ତ୍ୱଚା ଶରୀରରେ ଲାଲ୍‌ ରକ୍ତ କୋଷିକାର ଅଭାବ ଯୋଗୁଁ ହୋଇଥାଏ।

ତ୍ୱଚାର ରଙ୍ଗ ଫିକା ପଡ଼ିବା। ଭିଟାମିନ୍ ବି-୧୨ ତ୍ୱଚାକୁ ଧୀରେ ଧୀରେ ହଳଦିଆ କରିଦିଏ। ଏହା ଲିଭର୍ ସମ୍ବନ୍ଧୀୟ ରୋଗର ବି ଲକ୍ଷଣ।

ଭିଟାମିନ୍ ବି-୧୨ର ଅଭାବରେ ମୁହଁ ଆଉ ଦେହରେ ଧଳା ଧଳା ଦାଗ ହୋଇଯାଏ। ଶରୀରରେ ମେଲାନିନ୍‌ ସ୍ତର କମ୍‌ ହେଲେ ବି ତ୍ୱଚାରେ ଧଳା ଦାଗ ହୋଇଯାଏ।

ଭିଟାମିନ୍ ବି ୧୨ଯୁକ୍ତ ଖାଦ୍ୟ

ମାଂସ, ମାଂସ କଲିଜା, ଅଣ୍ଡା, କ୍ଷୀର, ଦହି, ଛେନା ଆଦି ସବୁ ପ୍ରକାର ଦୁଗ୍ଧଜାତୀୟ ଖାଦ୍ୟରେ ଭିଟାମିନ୍‌ ବି-୧୨ ପ୍ରଚୁର ପରିମାଣରେ ଭରି ରହିଥାଏ। ଏହି ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଭିଟାମିନ୍‌ ବି-୧୨ ଜନିତ ସମସ୍ୟା ଦେଖା ଦେବ ନାହିଁ।

Comment