ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ରାଜମୋହନପୁରରେ ଟାଟା ଷ୍ଟିଲ ପକ୍ଷରୁ ଏକ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି। ଶନିବାର ଢେଙ୍କାନାଳ ସାଂସଦ ମହେଶ ସାହୁ ଏହି ଆଦର୍ଶ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ୨୫ ହଜାର ବର୍ଗ ଫୁଟରେ ନିର୍ମାଣ କରାଯାଇଥିବା ଏହି ବିଦ୍ୟାଳୟ ନିର୍ମାଣରେ ଟାଟା ଷ୍ଟିଲ ପକ୍ଷରୁ ୪.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

୨୦୧୬ ମସିହାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ତଥା ଗୁଣାତ୍ମକ ଭିତ୍ତିଭୂମି ପାଇଁ ଟାଟା ଷ୍ଟିଲ ପକ୍ଷରୁ ୧୩୬ କୋଟି ଟଙ୍କାର ବ୍ୟୟରେ ୩୦ଟି ମଡେଲ ସ୍କୁଲ ନିର୍ମାଣ ପାଇଁ ଟାଟା ଷ୍ଟିଲ ଏବଂ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା। ତେବେ ଏହାକୁ ମିଶାଇ କମ୍ପାନି ରାଜ୍ୟ ସରକାରଙ୍କୁ ୧୮ଟି ଆଦର୍ଶ ବିଦ୍ୟାଳୟ ହସ୍ତାନ୍ବର କରିଛି।

ଏହି ଅବସରରେ ସାଂସଦ ମହେଶ ସାହୁ କହିଥିଲେ, “ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇ ଏହି ଆଦର୍ଶ ବିଦ୍ୟାଳୟ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶିକ୍ଷାର ବିକାଶରେ ସହାୟକ ହେବ।”

Comment