ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରେନରୁ ଜବତ ହେଲା ୧୧କେଜି ସୁନା। ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରୁ ଏହି ସୁନା ଜବତ କରିଛି ସେଣ୍ଟ୍ରାଲ ଏକ୍ସସାଇଜ ଓ କଷ୍ଟମ ବିଭାଗ। ଏହାସହ ୨ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ୪କୋଟି ହେବ ବୋଲି ଅନୁମାନ କରାଯାଉଛି।

ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରେ ସୁନା ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ। ଏହାପରେ ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ମଧ୍ୟରେ ଟ୍ରେନକୁ ଅଟକାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୧୦ ଖଣ୍ଡ ସୁନା ଜବତ ହୋଇଥିଲା।

ସୁନାର ଓଜନ ୧୧ କେଜି ହୋଇଥିବା ବେଳେ ଏହାର ମୂଲ୍ୟ ୪କୋଟି ବୋଲି ଅନୁମାନ କରାଯାଇଛି। ଏହାସହ ସୁନା ଚୋରା ଚାଲାଣରେ ସଂପୃକ୍ତ ଥିବା ୨ଜଣଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି।

Comment