ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ ହେଲା ସୁନା। ଜବତ ସୁନାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। କ୍ଵାଲାଲୁମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି। ଜବତ ସୁନାର ଓଜନ ୧କେଜି ୩ଶହ ୧୦ ଗ୍ରାମ ହୋଇଥିବା ସୂଚନା ମିଳିଛି।

କେରଳର ଜଣେ ବ୍ୟକ୍ତି କ୍ଵାଲାଲୁମ୍ପୁରରୁ ଭୁବନେଶ୍ଵର ଆସିଥିଲେ। ଏୟାରପୋର୍ଟରେ ସୁନା ନେଇ ଯାଉଥିବା ବେଳେ ଏୟାର କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲେ। ପରେ ସୁନାକୁ ଜବତ କରିବା ସହ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।

Comment