ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସର୍ବବୃହତ ଘରୋଇ ଏୟାରପୋର୍ଟ ଅପରେଟରଭାବେ ପରିଗଣିତ ହୋଇଛି ଅଦାନୀ ଗ୍ରୁପ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ୭୪ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ବିମାନ ବନ୍ଦର ପରିଚାଳନା କ୍ଷେତ୍ରରେ ସର୍ବବୃହତ ଘରୋଇ କମ୍ପାନି ଭାବେ ପରିଗଣିତ ହୋଇଛି ଅଦାନୀ।ଜିଭିକେ ଗ୍ରୁପଠାରୁ ୫୦.୫ ପ୍ରତିଶତ ଓ ଅନ୍ୟ ଛୋଟ ଅଂଶଧାରକଙ୍କଠାରୁ ୨୩.୫ ପ୍ରତିଶତ ଅଂଶଧନ କିଣିଛି ଅଦାନୀ ଗ୍ରୁପ। ନିକଟରେ ଅଦାନୀ ଗ୍ରୁପ ବିମାନ ବନ୍ଦର ପରିଚାଳନା ବ୍ୟବସାୟରେ ପ୍ରବେଶ କରିଥିଲା। ଆଉ କିଛି ଦିନ ଭିତରେ ହିଁ ଦେଶର ସର୍ବବୃହତ ଘରୋଇ ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହା ସହ ପିପିପି ମୋଡରେ ଦେଶର ୬ଟି ଏୟାରପୋର୍ଟ ପରିଚଳନା ପାଇଁ କେନ୍ଦ୍ର ବେସାମରିକ ବିମାନ ପରିଚାଳନା ମନ୍ତ୍ରାଳୟ ସହ ଚୁକ୍ତି କରିଛି ଅଦାନୀ ଗ୍ରୁପ। ଏହା ଭିତରେ ଜୟପୁର ଓ ଥିରୁବନନ୍ତପୁରମ ଏୟାରପୋର୍ଟ ମଧ୍ୟ ରହିଛି।ଜିଭିକେ ଗ୍ରୁପ୍ ୭୦୫ କୋଟି ଟଙ୍କାର ହେରଫେର କରିଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିବା ପରେ ଏହା ଘୋର ଆର୍ଥିକ ସଂକଟ ଭିତରକୁ ଆସିଯାଇଥିଲା। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ସରକାର ଦେଇଥିବା ଜମିରେ ନକଲି ଚୁକ୍ତି କରିବା ସହ ଠକେଇ କରିଥିଲା ଏଥିରେ ରାଜକୋଷକୁ ୩୧୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଅଦାନୀ ଗ୍ରୁପକୁ ଜିଭିକେ ଗ୍ରୁପ୍ ନିଜର ଅଂଶଧନ ବିକ୍ରି କରିଛି।BGUଅଦାନୀ ଏଣ୍ଟରପ୍ରାଇଜେସ ତାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଥିଲା ଯେ, ଏହାର ଲକ୍ଷ୍ୟ ରହିଛି ଦେଶର ସର୍ବବୃହତ ଘରୋଇ ବିମାନ ବନ୍ଦର ପରିଚାଳନା କମ୍ପାନି ହେବା ସହ, ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା, ଯାତ୍ରୀଙ୍କ ସୁଖଦ ଅନୁଭୁତି, ମନୋରଞ୍ଜନ ପାଇଁ ଏୟାରପୋର୍ଟ ଭିଲେଜ, ହୋଟେଲ ଓ ମଲ ଖୋଲିବା। ଏସବୁ ହାସଲ କରିବା ପାଇଁ ଦେଶୀୟ ବିମାନସେବାକୁ ବଢ଼ାଇବାର ଲକ୍ଷ୍ୟ ମଧ୍ୟ ରହିଛି। ବିଶେଷ କରି ଯେଉଁ ଅଞ୍ଚଳ ବିମାନ ଯୋଗାଯୋଗରୁ ବଞ୍ଚିତ ସେ ଅଞ୍ଚଳରେ ବିମାନ ସେବା ଯୋଗାଇ କମ୍ପାନିର ଲକ୍ଷ୍ୟ ରହିଛି।

Comment