ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ପିଲାକୁ ଆପଣ ଯଦି ମାନସିକ ସ୍ତରରେ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ପିଲାର ଖାଦ୍ୟପାନୀୟ ଉପରେ ଗୁରୁତ୍ୱ ଦିଅନ୍ତୁ।

ପିଲାଙ୍କ ଖାଇବାରେ ଭୂରପୂର ପରିମାଣରେ ସୁବଜ ପନିପରିବା ସାମିଲ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପିଲାର ମସ୍ତିଷ୍କକୁ ପୋଷକ ତତ୍ୱ ପ୍ରାପ୍ତି ହେବ। ଆପଣଙ୍କ ପିଲାର ମସ୍ତିଷ୍କ ସୁସ୍ଥ ରହିବ। ପିଲାଙ୍କ ମାନସିକ ବିକାଶ ମଧ୍ୟ ହେବ। ଫଳରେ ଆପଣଙ୍କ ପିଲା ମାନସିକ ସ୍ତରରେ ସୁସ୍ଥ ରହିବ।

ପ୍ରତିଦିନ ଆପଣ ନିଜ ପିଲାଙ୍କୁ ଫଳ ଖୁଆନ୍ତୁ। ସେଓ, କଦଳୀ, ଡାଳିମ୍ବ ପ୍ରତିଦିନ ପିଲାଙ୍କ ଖାଦ୍ୟରେ ସାମିଲ କରନ୍ତୁ। କାରଣ ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ। ଆପଣଙ୍କ ପିଲା ମାନସିକ ସ୍ତରରେ ସୁସ୍ଥ ରହିବେ।

ଆପଣ ପ୍ରତିଦିନ ପିଲାଙ୍କୁ କାଜୁ ବାଦାମ ଆଦି ଖାଇବାକୁ ଦେଇପାରିବେ। କାରଣ ଏଥିରେ ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ ଅଧିକ ପରିମାଣର ଥାଏ। ଫଳରେ ପିଲା ମାନସିକ ଭାବେ ସୁସ୍ଥ ରହିବ।

ଖାଦ୍ୟରେ ଅଣ୍ଡା ସାମିଲ କରିବା ବି ଭଲ। କାରଣ ଏଥିରେ ପ୍ରୋଟିନ୍‌ ଥାଏ।ଏହା ମାନସିକ ଭାବେ ସୁସ୍ଥ ରହିବାରେ ସାହାଯ୍ୟ କରେ।

Comment