ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତି ପାଇଁ ଘୋଷଣା ହେଲା ସମ୍ମାନଜନକ ନୋବେଲ ପୁରସ୍କାର। ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀଙ୍କୁ ଚଳିତ ବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ପଡ଼ୋଶୀ ଏରିଟ୍ରିଆ ସହ ଶାନ୍ତି ରାଜିନାମା ପାଇଁ ତାଙ୍କ ନାଁ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି।


ଆବି ଅହମ୍ମଦ ଅଲ୍ଲୀ ସମାଜରେ ଶାନ୍ତି ତଥା ଇଥିଓପିଆ ସହ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସହଯୋଗ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟତଃ ଇଥିଓପିଆର ପଡ଼ୋଶୀ ଏରିଟ୍ରିଆ ସହ ସୀମା ବିବାଦକୁ ସମାଧାନ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେଥିପାଇଁ ନୋବେଲ ପୁରସ୍କାର ମନୋନୟନ କମିଟି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାଁ ଚୟନ କରିଛି।

ପୂର୍ବରୁ ମେଡିସିନ୍, ସାହିତ୍ୟ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାର ପାଇଁ ନାଁ ଘୋଷଣା ହୋଇସାରିଛି।

Comment