ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୋବେଲ ଶାନ୍ତି ପୁରସ୍କାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏନେଇ ସେ ଏକ ଟୁଇଟ କରିଛନ୍ତି।

“ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ୟ ନୁହେଁ। ଯିଏ କାଶ୍ମୀର ସମସ୍ୟା ଦୂର କରିପାରିବ ସେ ହିଁ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ”, ଟୁଇଟରେ ଲେଖିଛନ୍ତି ଇମ୍ରାନ।

ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇଥିବାରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପାକିସ୍ତାନରେ ଦାବି ହେଉଥିଲା। ଇମ୍ରାନ ଖାନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ବୟାନ ଦେଇଛନ୍ତି।

ତେବେ ଗୋଟି ପଟେ ଇମ୍ରାନ ଶାନ୍ତି କଥା କହୁଥିଲାବେଳ ସୀମାରେ ତାଙ୍କ ସେନା ଲଗାତର ଗୁଳି ବର୍ଷ କରୁଛନ୍ତି। ଅସ୍ତ୍ରବିରତୀ ଉଲଙ୍ଘନ କରୁଛନ୍ତି।

Comment