ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣେରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦମଦାର ୧୫୦ ରନ୍ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏହାସହ ଭାରତ ଦ୍ୱିତୀୟ ଟେଷ୍ଟରେ ୪୦୦ ରନ୍ ଅତିକ୍ରମ କରିଛି।
ପେଟିଏମ୍ ଫ୍ରିଡମ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଦମଦାର ବ୍ୟାଟିଂ କରୁଛି। ପୂର୍ବରୁ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ଶତକ ହାସଲ କରିସାରିଛନ୍ତି। ବର୍ତ୍ତମାନ ଅଧିନାୟକ କୋହଲି ମଧ୍ୟ ବ୍ୟକ୍ତିଗତ ୧୫୦ ରନ୍ ହାସଲ କରିଛନ୍ତି।
କୋହଲି ଟେଷ୍ଟ କ୍ରିକେଟରେ ନିଜର ୨୬ତମ ଶତକ ହାସଲ କରିଛନ୍ତି। ଏହାସହ ଅଧିନାୟକ ଭାବେ ଏହା ତାଙ୍କର ୧୯ତମ ଟେଷ୍ଟ ଶତକ।
ତାଙ୍କ ସହ ଟେଷ୍ଟ କ୍ରିକେଟର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚିତେଶ୍ୱର ପୂଜାରା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।















