ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରର ନୀଳଚକ୍ର ବାନା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟର ଘଣ୍ଟାଏ ପୂର୍ବରୁ ବାନା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ କରାଯାଇଛି।

ନୀଳଚକ୍ର ବାନା ବନ୍ଧା ସମୟ ୫ଟା ବେଳେ ଥିବା ବେଳେ ଏବେ ୪ଟାରେ ବନ୍ଧା ଯିବ। ଶ୍ରଦ୍ଧାଳୁମାନେ ଅପରାହ୍‌ଣ ୩ଟା ବେଳେ ବାନା ଦାଖଲ କରିବେ ଓ ଅପରାହ୍‌ଣ ୪ଟାରେ ବାନା ବନ୍ଧାଯିବ।

ଶୀତଦିନ ପାଇଁ ଏହି ସମୟ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment