ଓଡ଼ିଶାଲାଇଭ ବ୍ୟୁରୋ

ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ। ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଚୌଦ୍ଵାର ବିରୂପା ନଦୀରେ।

ଚୌଦ୍ଵାର ହରିଜନ ସାହିର ଦୁଇ ଯୁବକ ବିରୂପା ନଦୀରେ ଗାଧୋଉଥିବା ବେଳେ ହଠାତ୍‌ ନଦୀ ସ୍ରୋତରେ ଭାସି ଯାଇଥିଲେ। ଯୁବକଙ୍କୁ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକ ଜଣେ ଯୁବକଙ୍କୁ ଉଦ୍ଧାର କରିଦେଇଥିଲେ। ହେଲେ ଅନ୍ୟ ଜଣେ ଯୁବକ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।

ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚିବାରେ ବିଳମ୍ଵ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।

Comment