ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଖାତନାମା ସଙ୍ଗୀତଜ୍ଞ ଥିଲେ ଅକ୍ଷୟ ମହାନ୍ତି। ଅନେକ ତାଙ୍କୁ ଖୋକା ଭାଇ ନାଁରେ ଜାଣନ୍ତି। ୧୯୩୬ ମସିହା ଆଜିର ଦିନରେ କଟକରେ ଜନ୍ମ ହୋଇଥିଲେ ସେ। ଖୋକା ଭାଇ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଥିଲେ। ଆଜିବି ଖୋକା ଭାଇଙ୍କ ଗୀତର ସ୍ୱାତନ୍ତ୍ର୍ୟତା ରହିଛି। ଅନେକ ଲୋକ ତାଙ୍କ ଗୀତକୁ ଗୁଣୁଗୁଣୁ ହୋଇଥାନ୍ତି।

ଅକ୍ଷୟ ମହାନ୍ତି ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ।

ଖୋକା ଭାଇଙ୍କ ଗୀତ ସେତେବେଳେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଖୋକା ଭାଙ୍କ ଲୋକପ୍ରିୟ ଗୀତମାନଙ୍କ ମଧ୍ୟରେ ଥିଲା ରଜାଝିଅ ସାଙ୍ଗେ, ଯାଯାବର, ଯା’ରେ ଭାସି ଭାସି ଯା, ଗାଇଆଳ ଭାଇ ଗାଉଛି ଗୀତ, ସ୍ମୃତି ତୁମେ ବୟସର କୃଷ୍ଣଚୁଡ଼ା।

Comment