ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ ହେଉଛନ୍ତି ଅକ୍ଷୟ ମହାନ୍ତି। ଜଣେ ଖଣ୍ଟି କଟକିଆ ହେଉଛନ୍ତି ଅକ୍ଷୟ ମହାନ୍ତି। କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆ।

ଅକ୍ଷୟ ମହାନ୍ତି ଥିଲେ ଜଣେ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ, ଜଣେ ସାହିତ୍ୟିକ ଓ ସାହିତ୍ୟର ନିଦା ପାଠକ। ତାଙ୍କର ରଙ୍ଗ, ଢଙ୍ଗ, ସଙ୍ଗୀତ, ସଙ୍ଗତ ସବୁଥିଲା ସମ୍ପୂର୍ଣ୍ଣ ନିଆରା।

ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ଅଭୁଲା ଗୀତଟିଏ ହେଉଛି ‘ପ୍ରେମ ଯଦି ଖେଳ ହୁଏ’। କେବଳ ଏହି ଗୀତ ନୁହେଁ ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଏବଂ ଆହୁରି ଅନେକ ଗୀତ ଏବେ ବି ଜୀବନ ଏବେ ବି ଅଭୁଲା।

Tags: #AkhayaMohanty #KhokaBhai #OdiaMusicIndustries #Song #MusicDirector #AkhayaMohantyHits

Comment