ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତରେ ଲମ୍ବା ନଖ ରଖିବାକୁ ସାଧାରଣତଃ ଝିଅମାନେ ଭଲ ପାଆନ୍ତି। ନଖ ପ୍ରତି ମହିଳାମାନଙ୍କର ଦୁର୍ବଳତା ରହିଥାଏ। ସେଥିଲାଗି ନଖକୁ ସୁନ୍ଦର କରିବା ପାଇଁ ମହିଳାମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। । ହାତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେବା ଦରକାର।

ନଖକୁ ସୁନ୍ଦର କରିବା ପାଇଁ କିଛି ସରଳ ଉପାୟ –

  • ସାବୁନ ଓ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରିମ ଲଗାନ୍ତୁ। ଏପରି କଲେ ନଖର ମଇଳା ସଫା ହୋଇଥାଏ।
  • ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ।
  • ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର। ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ।

Comment