ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜୁଆ ଖେଳ ଚାଲୁଥିବା ବେଳେ ରାୟଗଡ଼ା ପୋଲିସର ଏକ ଟିମ୍‌ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରିଛି।

ରବିବାର ରାୟଗଡ଼ା ଏବଂ ଗୁଣପୁର ପୋଲିସ ମିଳିତ ଭାବେ ରାୟଗଡ଼ା ଏବଂ ଗୁଣପୁରର ବିଭିନ୍ନ ସ୍ଥାନରେ ରେଡ୍‌ କରି ୩୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୫୩ ହଜାର ୭୦୦ ଟଙ୍କା ଜବତ କରିଛି। ଏହାସହ ଗୋଟେ ମାରୁତି କାର, ୯ଟି ମଟର ସାଇକେଲ, ୧୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ।

ରାୟଗଡ଼ାରେ ୨୨ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୨୪ ହଜାର ୧୬୦ ଟଙ୍କା ଜବତ କରାଯାଇଥିବା ବେଳେ ଗୁଣପୁର ଥାନା ଅଞ୍ଚଳରୁ ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୧ ଲକ୍ଷ ୨୯ ହଜାର ୫୪୦ ଟଙ୍କା ଜବତ କରାଯାଇଛି।

ଜୁଆଡିମାନଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁଣପୁର ଥାନାରେ ୧୩୩ ଦଫାରେ ମାମଲା ରୁଜୁ କରାଯାଇ ଜୁଆଡ଼ିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment