ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ମାସ ଆସିବା କ୍ଷଣି ଘରେ ଘରେ ମହକି ଉଠେ ହବିଷ ଡାଲମାର ବାସ୍ନା। ଏହି ଖାସ୍‌ କରି କାର୍ତ୍ତିକ ମାସରେ ପ୍ରତିଟି ଘରେ ଘରେ ଏହି ସ୍ୱତନ୍ତ୍ର ଡାଲମା ପ୍ରସ୍ତୁତ ହୋଇଥାଏ। ବିନା ପିଆଜ ରସୁଣ ଛୁଙ୍କରେ ମଧ୍ୟ ଏହି ଡାଲମାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଯଦି ଆପଣ ବି ନିଜ ଘରେ ଏହି ଡାଲମା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ….

ଆବଶ୍ୟକୀୟ ସାମଗ୍ରୀ

ମୁଗ ଡାଲି -୧ କପ୍, ଓଉ- ୨ ଖଣ୍ଡ, ଅଦା- ଛୋଟ ଖଣ୍ଡ, ଖମ୍ବଆଳୁ- ଛୋଟ ଖଣ୍ଡ, ଘିଅ- ୧.୫ ଚାମଚ, ହେଙ୍ଗୁ- ୧/୨ଚାମଚ, ଜିରା- ୧ ଚାମଚ, ତେଜପତ୍ର- ୧ଟା, ଶୁଖିଲା ଲଙ୍କା-୬ରୁ ୭ଟି, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ଡାଲି ବତୁରିବା ସମୟରେ ସେଥିରେ ପଡ଼ିବାକୁ ଥିବା ପରିବାକୁ କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଆଉ ୩-୪ କପ୍ ପାଣି ଦେଇ ଗୋଟିଏ ସିଟି ଦିଅନ୍ତୁ।

ଆଉ ଗୋଟିଏ କଢ଼େଇରେ ଘିଅ ପକାଇ ସେଥିରେ ତେଜପତ୍ର, ଜିରା, ହିଙ୍ଗୁ ପକାଇ ସେଥିରେ ସିଝିଥିବା ଡାଲିକୁ ମିଶାଇ ଦିଅନ୍ତୁ।

ଶେଷରେ ଟିକିଏ କୋରା ନଡ଼ିଆ, ଜିରା ଆଉ ଶୁଖିଲା ଲଙ୍କାକୁ ଭାଜି ଗୁଣ୍ଡ କରି ଡାଲି ଉପରେ ପକାଇ ଗରମ ଗରମ ପରଷନ୍ତୁ।

LEAVE A REPLY

Please enter your comment!
Please enter your name here