ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପୁରୀରୁ ଅମୃତସର ଟ୍ରେନ ଚଳାଚଳ ପାଇଁ ବାଲେଶ୍ଵରର ସମାଜସେବୀ ଅମରସିଂ ୱାଲିଆ କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସାକ୍ଷାତ କରିଛନ୍ତି। ଗୁରୁଦ୍ୱାରର ସଂ ସଭାର ସଭାପତି ଅମରସିଂ ୱାଲିଆ କେନ୍ଦମନ୍ତ୍ରୀଙ୍କୁ ବାଲେଶ୍ଵର ସର୍କିଟ୍‌ ହଉସ୍‌ରେ ଭେଟି ଏନେଇ ଦାବି ଜଣାଇଛନ୍ତି। ଓଡ଼ିଶାରେ ରହୁଥିବା ଶିଖ୍‌ ସମୁଦାୟଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବା ସହିତ ଦୁଇ ପବିତ୍ର ସ୍ଥାନକୁ ଯୋଡ଼ି ପାରିବ ବୋଲି ଅମରସିଂ ୱାଲିଆ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି।

ଆସନ୍ତା ମାସରେ ଗୁରୁ ନାନକଙ୍କ ୫୫୦ତମ ଜନ୍ମ ଦିବସ ପଡୁଥିବାରୁ ‘ଗୁରୁ ନାନକ ସୁପରଫାଷ୍ଟ୍ ଏକ୍ସପ୍ରେସ’ ନାମରେ ନାମିତ କରି ଏକ ନୂତନ ଏକ୍ସପ୍ରେସ ଟ୍ରେନ୍ ପୁରୀ ଓ ଅମୃତସର ମଧ୍ୟରେ ଚଳାଚଳ ହେଉ। ଏହାକୁ ଭାୟା ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ଖଡ଼ଗପୁର ବାଟେ ଚଳାଚଳ କରାଇବା ପାଇଁ ଅମରସିଂ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଏନେଇ ଅମରସିଂ ୱାଲିଆ କହିଛନ୍ତି,”ଏହି ଟ୍ରେନ୍‌ ସେବା ଦୁଇ ଧାର୍ମିକ ପୀଠକୁ ସଂଯୋଗ କରିବା ସହ ପୁରୀକୁ ଆସିବା ପାଇଁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏହା ବେଶ୍ ଉପଯୋଗୀ ହେବ। ବହୁବର୍ଷ ଧରି ଏହା ଓଡିଶାବାସୀ ଏବଂ ଓଡିଶାରେ ରହୁଥିବା ଶିଖ୍ ଭାଇଭଉଣୀଙ୍କ ଦାବି ରହିଥିଲେ ହେଁ ଏଥିପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି।”

Comment