ଓଡ଼ିଶାଲାଇଭ ବ୍ୟୁରୋ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଵରମ୍‌ଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ କୋର୍ଟ। ବୁଧବାର ସକାଳେ ଇଡି ତିହାର ଜେଲ୍‌ରେ ଚିଦାମ୍ଵରମ୍‌ଙ୍କୁ ଜେରା କରିବ। ଜେରା ସମୟରେ ଯଦି ଦରକାର ପଡ଼େ ତେବେ ଇଡି ଚିଦାମ୍ଵରମ୍‌ଙ୍କୁ ଗିରଫ ମଧ୍ୟ କରିପାରିବ।

ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ଦ୍ଵାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ମାମଲାରେ ମଙ୍ଗଳବାର ଦିଲ୍ଲୀର ସ୍ଵତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା।

ଇଡି ଏହି ମାମଲାରେ ଚିଦାମ୍ଵରମ୍‌ଙ୍କୁ ଜେରା କରିବାକୁ ଆବେଦନ କରିଥିଲା। ଇଡି ନିଜର ଆବେଦନରେ ଦର୍ଶାଇଥିଲା ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଚିଦାମ୍ବରମଙ୍କୁ ହେପାଜତରେ ନେଇ ଜେରା କରିବାର ଆବଶ୍ୟକତା ରହିଛି।

Comment