ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ତମାମ ରାଜ୍ୟରୁ ମୌସୁମୀ ବାୟୁ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ ସ୍ଵାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପଶ୍ଚିମ ଓଡ଼ିଶାରେ ମୌସୁମୀର ପ୍ରଭାବ ଅଧିକ ରହିଥିବା ଜଣାପଡ଼ିଛି।

ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା। ଆଜି ଏହା ରାଜ୍ୟରୁ ବିଦାୟ ନେଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment