ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟ ପ୍ରଦେଶର ଭୋପାଳଠାରେ ଶେଷ ହୋଇଥିବା ୪୦ତମ ଜାତୀୟ ଜୁନିୟର ରୋଇଂ ଚମ୍ପିୟନସିପରେ ଓଡ଼ିଶାର ପ୍ରତିଯୋଗୀମାନେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଚମ୍ପିୟନସିପରେ ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରର ୮ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ।

ବାଳିକା ବର୍ଗରେ ଓଡ଼ିଶାର ସୋନାଲିକା ଦାସ ଓ ସୋନାଲି ସ୍ୱାଇଁ ଯୋଡ଼ି କକ୍ସଲେସ୍‌ ପେୟାର ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ବେଳେ ରେଶମା ମିଞ୍ଜ, ରେଶମା ଲାକ୍ରା, କୁଶପ୍ରିତ କୌର ବ୍ରାର ଏବଂ ହର୍ନୁର ସିଧୁ କକ୍ସଲେସ୍ ଫୋର ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ବାଳକ ବର୍ଗରେ କରଣବୀର ସିଂ ଭିନ୍ଦର ସିଙ୍ଗଲସ ସ୍କଲରେ ଓଡ଼ିଶା ପାଇଁ ରୌପ୍ୟ ପଦକ ଜିଣିଥିଲେ। ଦଳଗତ ଭାବେ ଏହି ଚମ୍ପିୟନସିପରେ ଓଡ଼ିଶାକୁ ଉପବିଜେତା ଟ୍ରଫି ପ୍ରଦାନ କରାଯାଇଛି। ଓଡ଼ିଶା ଟିମର ଖେଳାଳିଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି ଓଡ଼ିଶା ରୋଇଂ ସଂଘର ସଭାପତି ଓ ସଂପାଦକ।

Comment