ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ପୁରୁଷ ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହୋଇଛି ପ୍ରଦର୍ଶନୀ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁ ସାଉଥ୍ ୱାଲେସ ଏବଂ ଓଡ଼ିଶା ଏକାଦଶ ଟିମ୍। ଓଡ଼ିଶା ଏକାଦଶ ଟିମ୍ ୫-୧ ଗୋଲରେ ବିଜୟୀ ହୋଇଛି। ଖଚାଖଚ ଦର୍ଶକଙ୍କ ଭିଡ଼ରେ ଭଲ ପ୍ରଦର୍ଶନ କରିଥିଲେ ଉଭୟ ଟିମ୍।

ଓଡ଼ିଶା ଏକାଦଶ ଟିମ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସିଲାନନ୍ଦ ଲାକ୍ରା ଖେଳ ଆରମ୍ଭରୁ ଦୁଇଟି ଗୋଲ ଦେଇଥିଲେ। ଖେଳ ଆରମ୍ଭ ହେବାର ୨ ମିନିଟ ଏବଂ ୧୫ ମିନିଟରେ ସେ ଦୁଇଟି ଗୋଲ ଦେଇ ଓଡ଼ିଶା ଏକାଦଶ ଟିମ୍‌କୁ ଆଗକୁ ନେଇଥିଲେ।

ସେହିପରି ଓଡ଼ିଶା ଏକାଦଶ ଟିମ୍‌ର ମନିପ୍ କେରକେଟା ଏବଂ ପ୍ରସନ ତିର୍କୀ ମଧ୍ୟ ଗୋଟିଏ ଲେଖାଏଁ ଗୋଲ ଦେଇ ଟିମ୍‌କୁ ବିଜୟୀ କରିଥିଲେ। ଓଡ଼ିଶା ଏକାଦଶ ଟିମ୍‌ର ଅଧିନାୟକ ଅମିତ ରୋହିଦାସ ମ୍ୟାଚରେ ନିଜ ଦକ୍ଷତା ଦେଖାଇ ଟିମ୍‌କୁ ବିଜୟୀ କରିଥିଲେ।

ଏହି ମ୍ୟାଚରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ହକି ତାରକା ଧନରାଜ ପିଲେ, ଦିଲ୍ଲୀପ ତିର୍କୀ, ବେନ୍ ଜନସନ ପ୍ରମୁଖ ଉପସ୍ଥିତ ରହି ଉଭୟ ଟିମ୍‌ର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

“ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଶା ଏକାଦଶ ଏବଂ ନ୍ୟୁ ସାଉଥ୍ ୱାଲେସ ଟିମ୍ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ହକି ଷ୍ଟାଡିୟମ ଉଦଘାଟିତ ହେବା ପରେ ଏହା ହେଉଛି ପ୍ରଥମ ପ୍ରଦର୍ଶନୀ ମ୍ୟାଚ। ଏହି ମ୍ୟାଚରେ ଓଡ଼ିଶା ଏକାଦଶ ଟିମ୍ ବିଜୟୀ ହୋଇଥିବାରୁ ଆଗକୁ ଭଲ ଖେଳ ପ୍ରଦର୍ଶନ ହେବାର ଆଶା ରହିଛି”, କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା।

 ଓଡ଼ିଶା ଏକାଦଶ ଟିମ୍

ଏହି ଟିମ୍‌ରେ ଅମିତ ରୋହିଦାସ (ଅଧିନାୟକ), ରୋଶନ ମିଞ୍ଜ, ଦିପ୍‌ସାନ ତିର୍କୀ, ସିଲାନନ୍ଦ ଲାକ୍ରା, ଆଶିଷ ଟପ୍ନୋ, ଦୀପକ କେରକେଟା, ଗ୍ରିଗୋରି ଜେସ୍, କ୍ରିଷ୍ଣା ତିର୍କୀ, ଟିକେଇ କୁଜୁର୍, ତେଓଫିଲ କୁଜୁର, ସୁଧିର ଏକ୍କା, ସୁମନ ବେକ, ଅଭିଷେକ ଲାକ୍ରା, ଦିବ୍ୟ କୁଜୁର୍, ଜନସନ ଏକ୍କା, ପଙ୍କଜ ରଜକ।

ନ୍ୟୁ ସାଉଥ୍ ୱାଲେସ ଟିମ୍

କର୍ଟ ଲଭେଟ (ଅଧିନାୟକ), ଆସ୍‌ଲେଘ ଥୋମାସ, ଡେଲାନ ମାର୍ଟିନ, ହେଡେନ ଡିଲନ, ଥୋମାସ ବ୍ରାଉନ, ସାମୁଏଲ ଗ୍ରେ, ସାମୁଏଲ ମଡଫୋଡ୍, ଜାକେ ୱିଘାମ୍,  କି ୱିଲଟ, ଲେନ୍ କାର୍, ରୋରେ ୱାକର, ଜ୍ୟାକ ପିକେରିଙ୍ଗ, ଥୋମାସ୍ ମିଟୋ, ୱିଲିୟମ ଗ୍ରାଫ୍।

Comment