ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହା ପୂର୍ବରୁ ଗୁରୁବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି ‘ମୋ ବସ’ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ‘ମୋ ବସ’ ସେବାର ଶୁଭାରମ୍ଭ କରିଛନ୍ତି। ଏଣିକି କମ୍ ଖର୍ଚ୍ଚରେ ଏବଂ ସୁବିଧାରେ ଯାତାୟତ କରିପାରିବେ ରାଉରକେଲା ସହରବାସୀ।

ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାଠାରେ ନିର୍ମାଣ ହୋଇଥିବା ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବାକୁ ପହଞ୍ଚିବା ଅବସରରେ ‘ମୋ ବସ’ ସେବାର ଶୁଭାରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ରାଉରକେଲା ସଡକରେ ଗଡ଼ିଲା ‘ମୋ ବସ’। ଆଜି ୩୦ଟି ‘ମୋ ବସ’ ରାଉରକେଲା ସହରର ବିଭିନ୍ନ ରୁଟରେ ଗଡ଼ିଛି।

ଯାତ୍ରୀଙ୍କୁ ସହଜ ଏବଂ ସୁଲଭ ଦରରେ ଯାତାୟତର ସେବା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ‘ମୋ ବସ’ ସେବାର ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭୁବନେଶ୍ଵର, କଟକ ଏବଂ ପୁରୀରେ ‘ମୋ ବସ’ର ସୁବ ସେବା ଆରମ୍ଭ ହୋଇଛି। ଆଜି ରାଉରକେଲାରେ ଏହି ସେବା ଆରମ୍ଭ କରାଯାଇଛି। ସହରରେ ‘ମୋ ବସ’ ସେବା ଆରମ୍ଭ ହୋଇଥିବାରୁ ରାଉରକେଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #HockeyWorldCup2023 #CMOdisha #NaveenPatnaik #MoBus #Rourkela #HockeyStadium

Comment