ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ଡାକରେ ବାହାରିଲା ଚାକିରି ସୁଯୋଗ। ଗ୍ରାମୀଣ ଡାକ ସେବକ ପାଇଁ ୫ହଜାର ୪୪୭ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ପାଇଁ ବାହାରି ଥିବା ବେଳେ ଏହି ପଦବୀରେ ସମସ୍ତେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ନଭେମ୍ଵର ୨୦୧୯ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ରାଜ୍ୟ ସରକାର କିମ୍ଵା କେନ୍ଦ୍ର ସରକାରଙ୍କ ସ୍ଵିକୃତୀ ପ୍ରାପ୍ତ ବିଦ୍ୟାଳୟରୁ ଦଶମ ପାସ୍‌ କରିଥିବା ଆବଶ୍ୟକ। ୬୦ ଦିନ ଅବଧିର କମ୍ପ୍ୟୁଟର ସାର୍ଟିଫିକେଟ ଆବଶ୍ୟକ। ଆବେଦନ କରୁଥିବା ରାଜ୍ୟର ଆଞ୍ଚଳିକ ଭାଷା ଜାଣିବା ସହ ଦଶମରେ ଏହି ଭାଷାରେ ପଢ଼ିଥିବା ଦରକାର।

ବୟସ ସୀମା

  • ସର୍ବନିମ୍ନ – ୧୮ ବର୍ଷ
  • ସର୍ବାଧିକ – ୪୦ ବର୍ଷ

ଦରମା – ୧୦,୦୦୦ – ୧୪, ୫୦୦/-

ଚୟନ କରିବା ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ମେରିଟ୍‌ ଲିଷ୍ଟ
  • ସାକ୍ଷାତକାର

ଦରଖାସ୍ତ ଫିସ୍‌

ଓସି/ଓବିସି/ଇଡବ୍ଲୁଏସ୍‌ ପୁରୁଷମାନଙ୍କ ପାଇଁ ଦରଖାସ୍ତ ଫିସ୍‌ ୧୦୦ ଟଙ୍କା ରହିଛି। ସେମାନେ କ୍ରେଡିଟ/ଡେବିଟ୍‌ କାର୍ଡ ଓ ନେଟ୍‌ ବ୍ୟାଙ୍କଙ୍ଗ ମାଧ୍ୟମରେ ଫିସ୍‌ ଦାଖଲ କରିପାରିବେ। ମହିଳା ପ୍ରାର୍ଥୀ ଓ ଏସି/ଏସସିଟି, ଶାରୀରିକ ଅସାମର୍ଥ୍ୟ ବ୍ୟକ୍ତିଙ୍କ ପାଇଁ ଫିସ୍‌ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।

ଆବେଦନ କରିବାର ପ୍ରକ୍ରିୟା

  • ପ୍ରଥମେ ଅଫିସିଆଲ ଓ୍ଵେବସାଇଟ indianpost.gov.in କୁ ଯିବେ।
  • ଅନଲାଇନରେ ଆବେଦନ କରିବେ।
  • ଫର୍ମରେ ନିଜର ସମସ୍ତ ତଥ୍ୟ ପୂରଣ କରିବେ।
  • ଫିସ୍‌ ମଧ୍ୟ ଅନଲାଇନ ଭରିବେ।
  • ଶେଷରେ ସବ୍‌ମିଶନ ବଟନ ଉପରେ କ୍ଲିକ କରିବେ।
  • ଆବେଦନ ପରେ ଦରଖାସ୍ତର ଏକ ନକଲ ନିଜ ପାଖରେ ରଖିବେ।

ଆବେଦନର ତାରିଖ

୧୫.୧୦.୨୦୧୯ ରୁ ୧୪.୧୧.୨୦୧୯

Comment