ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ସମୟ ପରେ ୟୁନିୟନ ପବ୍ଲିକ ସର୍ଭିସ କମିସନ୍‌ (ୟୁପିଏସ୍‌ସି)ର ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୪ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ୮ ଜାନୁଆରି ୨୦୨୧ରେ ଏହାର ମେନ୍‌ ପରୀକ୍ଷା ହେବ।

ଏହି ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଅଫିସିଆଲ ଓ୍ଵେବସାଇଟ୍‌ upsc.gov.in କୁ ଯାଇ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।

ପୂର୍ବରୁ ଖବର ଆସିଥିଲା ଯେ ମେ’ ୩ରେ ପରୀକ୍ଷା ତାରିଖ ପ୍ରକାଶ ପାଇବ। ଏହାପରେ ପୁଣି ଏହାକୁ ୨୦ ତାରିଖକୁ ଘୁଞ୍ଚା ଯାଇଥିଲା। ହେଲେ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଜୁନ୍‌ ୫ ତାରିଖରେ ପରୀକ୍ଷା ତାରିଖ ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here