ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଭାରତ ପାଇଁ ପ୍ୟାକେଜ ଘୋଷଣା କରିଛି। ସରକାରୀ କାର୍ଯ୍ୟକ୍ରମ ପାଇଁ ବିଶ୍ୱ ବ୍ୟାଙ୍କ ୧ ବିଲିୟନ ଡଲାର ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ୍ ଏକ ସାମାଜିକ ସୁରକ୍ଷା ପ୍ୟାକେଜ୍ ହେବ। ଏହାପୂର୍ବରୁ କରୋନା ସହିତ ଯୁଦ୍ଧ ପାଇଁ ବ୍ରିକ୍ସ ଦେଶଗୁଡ଼ିକର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଘୋଷଣା କରିଥିଲା।

ବିଶ୍ଵ ବ୍ୟାଙ୍କର ଭାରତ ମୁଖ୍ୟ ଜୁନାଦ ଅହମ୍ମଦ କହିଛନ୍ତି ଯେ ବିଶ୍ଵ ବ୍ୟାଙ୍କ ଭାରତ ସରକାରଙ୍କ ସହ ତିନୋଟି କ୍ଷେତ୍ରରେ ସହଯୋଗ କରିବ। ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଏମଏସଏମଇ। ସାମାଜିକ ଦୂରତା ଅର୍ଥନୀତିରେ ମନ୍ଥରତା ସୃଷ୍ଟି କରିଛି। ଗରିବ ଲୋକଙ୍କୁ ବଞ୍ଚାଇବା ପାଇଁ ଗରିବ କଲ୍ୟାଣ ଯୋଜନା ଉପରେ ଭାରତ ସରକାର ଧ୍ୟାନ ଦେଇଛନ୍ତି।

ଦେଶରେ କରୋନା ଭାଇରସ ରୋଗୀଙ୍କ ଉନ୍ନତ ସ୍କ୍ରିନିଂ, କୋଭିଡ-୧୯ ହସ୍ପିଟାଲର ନବୀକରଣ ଏବଂ ଲ୍ୟାବ ନିର୍ମାଣ ପାଇଁ ବିଶ୍ୱ ବ୍ୟାଙ୍କର ଏହି ପାଣ୍ଠି ବ୍ୟବହାର କରାଯାଇପାରିବ। ବିଶ୍ଵ ବ୍ୟାଙ୍କ ୨୫ଟି ବିକାଶଶୀଳ ଦେଶକୁ ଏକ ପ୍ୟାକେଜ୍ ପ୍ରସ୍ତାବ ଦେଇସାରିଛି।

ଏହା ସହିତ ଭାରତରେ ଜରୁରୀକାଳୀନ କୋଭିଡ-୧୯ ମକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ଦେଇଥିବା ପରିମାଣ ଦୁଇ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଗତ ମାସରେ ଏକ ବିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରାଯାଇଥିଲା।

Comment