ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଲଗାମ ବଢୁଥିବା ବେଳେ ଶନିବାର ଦିନ ଯେଉଁ ସବୁ ରିପୋର୍ଟ ଆସିଚି ତାହା ଅତ୍ୟନ୍ତ ନିରୁତ୍ସାହଜନକ। ଜୁନ ୮ ତାରିଖରେ ଅନ୍‌ଲକ୍‌ ଆରମ୍ଭ ହେଲା ପରେ ଏହି ୫ ଦିନ ମଧ୍ୟରେ କରୋନା ଚାରିଆଡ଼େ ମାଡ଼ି ଚାଲିଛି।

ଶନିବାର ଦିନ ଭାରତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରି ଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ତେଣେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୨୦୦୦ ମାମଲା ସାମ୍ନାକୁ ଆସିଛି। ସେହିଭଳି ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି।

ଖାଲି ଉତ୍ତର ପ୍ରଦେଶ ନୁହେଁ ବିହାରରେ ମଧ୍ୟ ପ୍ରତିଦିନ ନୂଆ ନୂଆ ମାମଲା ଆସିବାରେ ଲାଗିଛି। କିନ୍ତୁ ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଲଦାଖ ଓ ସିକିମ ଭଳି ରାଜ୍ୟରେ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଲଦାଖରେ ୧୦୫ଟି ନୂଆ କେସ ଆସିଥିବା ବେଳେ ସିକିମରେ,୫୦ ନୂଆ ମାମଲା ଆସିଚି। ଏହି ଦୁଇଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସେଭଳି କିଛି ସମସ୍ୟା ନଥିଲା।

Comment