ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୦କୁ ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା। ଦେଶରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଜୁନ୍ ୨୭ ତାରିଖରେ ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

କରୋନା ପାଇଁ ଗତ ବର୍ଷ ମଧ୍ୟ ସିଭିଲ ସର୍ଭିସ୍ ପରୀକ୍ଷାକୁ ୩୧ ମେ’ ପରିବର୍ତ୍ତେ ଅକ୍ଟୋବର ୪କୁ ଘୁଞ୍ଚାଯାଇଥିଲା।

Comment