ଓଡିଶାଲାଇଭ୍ ବ୍ୟୁରୋ

୨୦୧୯ ବର୍ଷର ୟୁନିଅନ ପବ୍ଲିକ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଛନ୍ତି। ଯତୀନ କିଶୋର ଦ୍ଵିତୀୟ ସ୍ଥାନରେ ଥିବା ବେଳେ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି।

ଚଳିତ ବର୍ଷ ମୋଟ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରେ ସାଧାରଣ ବର୍ଗରେ ୩୦୪ ଜଣ, ଇଡବ୍ଲ୍ୟୁଏସ୍‌ରେ ୭୮ ଜଣ, ଓବିସିରେ ୨୫୧ ଜଣ, ଅନୁସୂଚିତ ଜାତି ବର୍ଗରେ ୧୨୯ ଜଣ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୬୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି।ଖାଲି ଥିବା ସ୍ଥାନଗୁଡ଼ିକରେ ଏମାନଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ୟୁପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଆଇଏଏସ୍ ରାଙ୍କରେ ୧୮୦ ଜଣ, ଆଇଏଫ୍‌ଏସ୍‌ରେ ୨୪ ଜଣ, ଆଇପିଏସ୍‌ରେ ୧୫୦ ଜଣ, ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ୍ ଏ ରେ ୪୩୮ ଜଣ ଏବଂ ଗ୍ରୁପ୍ ବିରେ ୧୩୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ପରୀକ୍ଷାରେ ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଥିବା ବେଳେ ସଂଜିତା ମହାପାତ୍ରଙ୍କୁ ଦଶମ ରାଙ୍କ ମିଳିଛି। ସେହିପରି ଚତୁର୍ଥ ସ୍ଥାନରେ ହିମାଂଶୁ ଜୈନ, ପଞ୍ଚମ ସ୍ଥାନରେ ଜୟଦେବ ସି ଏସ୍, ଷଷ୍ଠ ସ୍ଥାନରେ ବିଶାଖା ଯାଦବ, ସପ୍ତମ ସ୍ଥାନରେ ଗଶେଶ କୁମାର ବାସ୍କର, ନବମ ସ୍ଥାନରେ ରବି ଜୈନ ଅଛନ୍ତି।

Comment