ଓଡିଶାଲାଇଭ୍ ବ୍ୟୁରୋ

୨୦୧୯ ବର୍ଷର ୟୁପିଏସ୍‌ସି ରେଜଲ୍ଟ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ଟପ୍-୧୦ ତାଲିକାରେ ଓଡ଼ିଶାର ୨ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଥିବା ବେଳେ ସଞ୍ଜିତା ମହାପାତ୍ରଙ୍କୁ ଦଶମ ରାଙ୍କ ମିଳିଛି।

ଏହି ପରୀକ୍ଷାରେ ଓଡ଼ିଶାରୁ ମୋଟ ୨୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୧୦୭ ରାଙ୍କରେ ଅଂଶୁମାନ ରାଜ, ୧୨୦ରେ ଅନୁପ ଦାସ, ୧୨୫ରେ ନବଲ କୁମାର ଜୈନ, ୧୯୦ରେ ଶୈଳଜା ଦାସ, ୨୦୨ରେ ରାହୁଲ ମିଶ୍ର, ୨୨୫ରେ ହେମା ନାୟକ, ୨୨୯ରେ ଆରୁଷି ମିଶ୍ର, ୨୯୧ରେ ଆଶିଷ ଦାସ ୨୯୪ରେ ଅଙ୍କିତ ଶଙ୍କର ମିଶ୍ର, ୩୦୦ରେ ସୋନାଲି ମିଶ୍ର, ୩୧୨ରେ ଦିବ୍ୟା ମିଶ୍ର, ୩୬୧ରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ରେ ଜୁବିନ ମହାପାତ୍ର, ୪୪୧ରେ ସମୀର କୁମାର ଜେନା, ୫୬୭ରେ ମାନସ ରଞ୍ଜନ ସାହୁ, ୭୧୨ରେ ଶିବମ ମିଶ୍ର, ୭୧୫ରେ ଓମ୍ ପ୍ରସାଦ ମହାନ୍ତି ଏବଂ ୮୧୯ ରାଙ୍କରେ ବିଭୂତି ଭୂଷଣ ନାୟକ ରହିଛନ୍ତି।

ଚଳିତବର୍ଷ ଆଇଏଏସ୍ ରାଙ୍କରେ ୧୮୦ ଜଣ, ଆଇଏଫ୍‌ଏସ୍‌ରେ ୨୪ ଜଣ ଏବଂ ଆଇପିଏସ୍‌ରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିଛି।

Comment