ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧୀନସ୍ଥ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ନିର୍ଦ୍ଦେଶକ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ଦେଶରେ କୋଭିଡ୍-୧୯ ପ୍ରଭାବ ଯୋଗୁଁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୧୪ ବୋଲି ଘୋଷଣା କରାଯାଇଥିଲା। ଏହି ନିଯୁକ୍ତି ୫ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

ଏହି ନିଯୁକ୍ତି ପାଇଁ ପରବର୍ତ୍ତୀ ଘୋଷଣାକୁ ଅପେକ୍ଷା କରିବାକୁ ଅଫିସିଆଲ୍ ଓ୍ୱେବସାଇଟରେ ନୋଟିସ୍ ଜାରି କରାଯାଇଛି। ତେବେ ଏହି ପଦବୀ ସମ୍ବନ୍ଧୀତ ତଥ୍ୟ ଜାଣି ରଖନ୍ତୁ।

ନିଯୁକ୍ତି ସ୍ଥାନ (ଅନୁଷ୍ଠାନ): 

  • ନାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପାଥୋଲୋଜୀ, ନୂଆଦିଲ୍ଲୀ
  • ରାଷ୍ଟ୍ରୀୟ ଅଣ ସଂକ୍ରମଣ ରୋଗ କାର୍ଯ୍ୟାନ୍ଵୟନ ଗବେଷଣା ଅନୁଷ୍ଠାନ, ଯୋଧପୁର
  • ରାଷ୍ଟ୍ରୀୟ ଯକ୍ଷ୍ମା ଗବେଷଣା ଅନୁଷ୍ଠାନ, ଚେନ୍ନାଇ

ଯୋଗ୍ୟତା:

ଏମ୍‌ଡି/ଏମ୍‌ଏସ୍‌/ଡିଏନ୍‌ବି କିମ୍ବା ସମକକ୍ଷକ ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା– ୫୮ ବର୍ଷରୁ କମ୍‌

ଏହି ବିଜ୍ଞପ୍ତି ମାର୍ଚ୍ଚ ୩ରେ ପ୍ରକାଶ ପାଇଛି। ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା www.icmr.nic.in ଓ୍ଵେବ୍‌ସାଇଟ୍‌ରେ ପାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comment