ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବିଶେଷଜ୍ଞମାନେ ଭିନ୍ନ ମତ ଦେଇଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟରତ ମହାମାରୀ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଭୟାବହତା ଜାଣିବାକୁ ହେଲେ ଦୈନନ୍ଦିନ କେତେ ମରୁଛନ୍ତି ତା’ ଉପରେ ଦୃଷ୍ଟି ରଖିବାକୁ ହେବ, କେତେ କେସ ଆସୁଛି ତା’ ଉପରେ ନୁହେଁ।

କରୋନାର ବାସ୍ତବିକ ସ୍ଥିତି ଓ ରାଜ୍ୟ ସରକାରମାନେ ଏହାର ନିୟନ୍ତ୍ରଣରେ କେତେ ସଫଳ ହୋଇ ପାରିଛନ୍ତି ତାହା କେବଳ ମୃତ୍ୟୁ ସଂଖ୍ୟାରୁ ହିଁ ଜଣାପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି।

ଗତ କିଛି ସପ୍ତାହ ଧରି ଦେଶରେ କରୋନାର ଚିତ୍ର ଭୟାବହ ହୋଇଛି। ଉଦାହରଣ ଦିଆଯାଇପାରେ ଯେ, ଗୋଟିଏ ମାସ ତଳେ ଆଜିର ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ଥିବା ବେଳେ ଏବେ ତାହା ୪୦୦ ପାଖାପାଖି। ଅବଶ୍ୟ ଅନ୍ୟ ଦେଶ ସହିତ ତୁଳନା କଲେ ଭାରତରେ ମୃତ୍ୟୁ ସଂଖ୍ୟା ୨.୮୬ ପ୍ରତିଶତ ରହିଛି ଯାହାକି ଢେର୍ କମ୍।

Comment