ଓଡ଼ିଶାଲାଇଭ ବ୍ୟୁରୋ

ଫ୍ୟାନରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହର ଉଦିତନଗର ଥାନା ବାସନ୍ତୀ କଲୋନୀରେ। ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି।

ଛାତ୍ର ଜଣକ ଏକ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢନ୍ତି। ହେଲେ ସ୍କୁଲ ଯିବାକୁ ନିୟମିତ ଅବହେଳା କରନ୍ତି। ସେହି କାରଣରୁ ବାପା ମା’ ତାଙ୍କୁ ଗାଳି ଗୁଲଜ କରନ୍ତି। ସେଥିପାଇଁ ସେ କିଛିଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ। ତେବେ ଆଜି ବାପା ମା’ ନଥିବା ଅବସ୍ଥାରେ ସେ ଆତ୍ମହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ବାପା ମା’ଙ୍କ ଗାଳି ଯୋଗୁଁ ଛାତ୍ର ଜଣକ ଆତ୍ମହତ୍ୟା କରିଛି ନା ଏହା ପଛରେ ଅନ୍ୟ କେଉଁ କାରଣ ରହିଛି ତାକୁ ତଦନ୍ତ ଆରମ୍ଭ କରିଛି।

Comment