ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଗତ ୩ ଦିନ ହେବ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭଙ୍କୁ ଭର୍ତ୍ତି କରାଯାଇଛି। ଅମିତାଭଙ୍କ ଲିଭର୍‌ରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଅଛନ୍ତି।

ରିପୋର୍ଟ ଅନୁସାରେ ଅମିତାଭ ଆହୁରି ଦିନେ କିମ୍ବା ୨ ଦିନ ହସ୍ପିଟାଲରେ ରହିପାରନ୍ତି। ରବିବାର ଦିନ ତାଙ୍କୁ ଡିସଚାର୍ଜ କରାଯିବ।

ଅମିତାଭଙ୍କ ଅସୁସ୍ଥ ଥିବା ଖବରକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ଗୋପନ ରଖିବାର କାରଣ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ସେଲେବ୍ରିଟି ତାଙ୍କୁ ଦେଖା କରିବାକୁ ଯାଇନାହାନ୍ତି।

 

Comment