ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ। ତେଣୁ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କ ନାଁ ସୁପାରିଶ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ।

NEW DELHI, INDIA - JULY 6: The Supreme Court judge Ranjan Gogoi, at a farewell ceremony of the Supreme Court judge Adarsh Kumar Goel at Supreme Court lawns, on July 6, 2018 in New Delhi, India

୨୦୧୮ ମସିହା ଅକ୍ଟୋବର ୩ରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସୁପ୍ରିକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଆସନ୍ତା ନଭେମ୍ବର ୧୭ ତାରିଖରେ ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ। ତେବେ ଏହି ମଧ୍ୟରେ ସୁପ୍ରିକୋର୍ଟରେ ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ମାମଲାର ରାୟ ଘୋଷଣା କରାଯିବା ବୋଲି ଆଶା କରାଯାଉଛି।

Comment