ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରଦାକୁ ଆସିଲା ବିକ୍ରମ ଭଟ୍ଟଙ୍କ ହରର୍‌ ଫିଲ୍ମ ଘୋଷ୍ଟ। ବଲିଉଡରେ ହରର୍ ଷ୍ଟୋରୀ ପସନ୍ଦ କରୁଥିବା ଦର୍ଶକ ପାଇଁ ‘ଘୋଷ୍ଟ’ ଏକ ନୂଆ ଅନୁଭୂତି ଦେବ।

ଏହି ଫିଲ୍ମରେ ଲୋକପ୍ରିୟ ଟେଲି କଳାକାର ସନାୟା ଇରାନୀ ଓ ଶିଭମ୍ ଭାର୍ଗବ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ସହ ନିଜେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ମଧ୍ୟ ଫିଲ୍ମରେ ସ୍ୱତନ୍ତ୍ର ଚରିତ୍ରରେ ଅଭିନୟ କରିଛନ୍ତି।

ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀର ମୃତ୍ୟୁ ଘଟୁଛି। ତେବେ ଏହି ମୃତ୍ୟ ଘଟିବା ପରେ ପୋଲିସ ଏହି ମୃତ୍ୟୁ ଘଟଣା ପାଇଁ ତାଙ୍କ ସ୍ୱାମୀଙ୍କୁ ଦୋଷୀ ଭାବୁଥିଲା। ହେଲେ ଏହାପରେ ଏହି ମୃତ୍ୟୁର କାରଣ କୌଣସି ଭୂତ କିମ୍ବା ପ୍ରେତାତ୍ମା ଦ୍ୱାରା ହୋଇଥିବା ଫିଲ୍ମର ଟ୍ରେଲରରୁ ଜଣାପଡ଼ୁଥିଲା। ତେବେ ପ୍ରକୃତରେ ରହସ୍ୟ କ’ଣ ଫିଲ୍ମ ଦେଖିଲା ପରେ ଆପଣ ଜାଣିପାରିବେ।

ଫିଲ୍ମର କାହାଣୀ ନିଜେ ବିକ୍ରମ ଭଟ୍ଟ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ସେ ନିଜେ ସମ୍ଭାଳିଛନ୍ତି।

Comment