ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ ଏସ.ଏ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ପରମ୍ପରା ଅନୁସାରେ ବର୍ତ୍ତମାନର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ନାଁ କୁ ସୁପାରିଶ କରିଛନ୍ତି।

ଜାଣନ୍ତୁ, କିଏ ସେହି ଜଷ୍ଟିସ୍ ଏସ.ଏ. ବୋବଡେ?

ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ରେ ଶେଷ ହେବାକୁ ଯାଉଛି। ତେଣୁ ପରମ୍ପରା ଅନୁସାରେ ଏହାପୂର୍ବରୁ ସେ ତାଙ୍କର ଉତ୍ତରାଧିକାରୀ ଚୟନ କରିଦେଇଛନ୍ତି।

ଜଷ୍ଟିସ ଏସ.ଏ. ବୋବଡେଙ୍କ ପୂରା ନାମ ହେଲା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସେ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି। ଏହାପୂର୍ବରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ।

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମ ହୋଇଥିଲା। ସେ ୧୯୭୮ ମସିହାରେ ମହାରାଷ୍ଟ୍ର ବାର କାଉନସିଲ ସହ ଯୋଡ଼ି ହୋଇଥିଲେ।

ସେ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍ ହୋଇଥିଲେ। ପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ।

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବା ପାଇଁ ବର୍ତ୍ତମାନର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ନାଁ ସୁପାରିଶ କରିଛନ୍ତି।

Comment