ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେପୁର ଏବଂ ବରପାଲି ବ୍ଲକରେ ହାଇଟେକ୍‌ ବସ୍‌ରେ ପ୍ରଚାର କରିବା ପରେ ଶୁକ୍ରବାର ନବୀନଙ୍କ ହାଇଟେକ୍‌ ବସ୍‌ ଗାଇସିଲାଟ ବ୍ଲକରେ ଗଡ଼ିବ।

ନବୀନ ଏହି ବ୍ଲକରେ ରୋଡ ସୋ’ କରି ରୀତା ସାହୁଙ୍କ ପାଇଁ ଭୋଟ ମାଗିବେ। ନବୀନ ବିଜେପୁର ଏବଂ ବରପାଲି ବ୍ଲକରେ ପ୍ରଚାର କରିବା ପରେ ଆଜି ରାତିରେ ବରଗଡ଼ରେ ରହିଛନ୍ତି। ଶୁକ୍ରବାର ସାଢ଼େ ୩ଟାରେ ନବୀନ ଭୁବନେଶ୍ୱର ଫେରିବେ।

ସ୍ୱତନ୍ତ୍ର ହେଲିକପ୍ଟରରେ ନବୀନ ଗୁରୁବାର ଦିନ ପହଞ୍ଚିଥିଲେ ବରଗଡ଼ର ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ। ହେଲିକପ୍ଟରରୁ ନବୀନ ଓହ୍ଲାଇବା ପରେ ତାଙ୍କୁ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ।

ନବୀନ ଏହାପରେ ହାଇଟେକ୍‌ ବସରେ ବସିଥିଲେ। ଆଗେ ଆଗେ ହାଇଟେକ୍‌ ବସ୍‌ ଗଡ଼ିଥିଲା ଏବଂ ପଛରେ ରୀତା ସାହୁ ଖୋଲା ଜିପ୍‌ରେ ସମର୍ଥକଙ୍କ ଗହଣରେ ଯାଉଥିଲେ। ବିଭିନ୍ନ ଛକରେ ହାଇଟେକ୍‌ ବସ୍‌ ଅଟକୁ ଥିଲା। ନବୀନ ବିଜେପୁରବାସୀଙ୍କୁ ଜୁହାର କରି ରୀତାଙ୍କ ପାଇଁ ଭୋଟ ମାଗିଥିଲେ।

‘‘ମୁଁ ଆଜି ଆପଣଙ୍କ ଅଞ୍ଚଳକୁ ଆସିଛି। ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି। ମତେ ଆପଣମାନେ ଆଶୀର୍ବାଦ କରନ୍ତୁ ଏବଂ ରୀତା ସାହୁଙ୍କୁ ଭୋଟ ଦିଅନ୍ତୁ’’, କହିଥିଲେ ନବୀନ।

LEAVE A REPLY

Please enter your comment!
Please enter your name here