ଓଡ଼ିଶାଲାଇଭ ବ୍ୟୁରୋ

 ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ଟିମ ଚଢ଼ାଉ କରିଛି। କଲେଜରେ ଥିବା ସମ୍ମିଳନୀ କକ୍ଷରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗକୁ ନେଇ ଆଜି ପୁରୀ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। କଲେଜର ଅଧ୍ୟକ୍ଷ ଡ଼କ୍ଟର ସୁଦର୍ଶନ ବେହେରାଙ୍କୁ ଭିଜିଲାନ୍ସ ଜେରା କରିବା ସହ ବହୁ  ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଥିବା ସମ୍ମିଳନୀ କକ୍ଷକୁ ବିଭିନ୍ନ ଘରୋଇ ଅନୁଷ୍ଠାନଗୁଡ଼ିକୁ ଭଡା ଦିଆଯାଉଥିଲା। ହେଲେ ସେଥିରୁ ଆଦାୟ ହେଉଥିବା ମୋଟା ଅଙ୍କର ଟଙ୍କା କଲେଜ ଫଣ୍ଡକୁ ଆସୁନଥିଲା। ଏହି ଅଭିଯୋଗକୁ ନେଇ ଭିଜିଲାନ୍ସ ଚଢ଼ାଉ କରିଥିଲା।

ତେବେ ଏହି ଦୁର୍ନୀତିରେ ସୁରାକ ମିଳି ସାରିଛି। ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଭିଜିଲାନ୍ସ ଡିସିପି କହିଛନ୍ତି। ଅନ୍ୟପକ୍ଷରେ କଲେଜ ଅଧ୍ୟକ୍ଷବି ଦୁର୍ନୀତି ହୋଇ ଥିବା ମାନିଛନ୍ତି। ଜଣେ ପୂର୍ବତନ ଅବସର ପ୍ରାପ୍ତ କିରାଣୀ ଓ ଏବେ ବର୍ତ୍ତମାନର ଜଣେ କିରାଣୀ ଏହି ଦୁର୍ନୀତିରେ ଥିବା ନେଇ ସମସ୍ତ ତଥ୍ୟ ଭିଜିଲାନ୍ସକୁ ଦିଆଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି।

Comment