ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ୍ ଫଟୋ।

ମହିଳାମାନଙ୍କ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା କାଲି ଆୟୋଜିତ ହେବ ଗଣଦୌଡ଼ ‘ପିଙ୍କାଥନ’। ୫ଟି ଦେଶ ଏବଂ ଭାରତର ୧୦୦ ସହରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭୁବନେଶ୍ୱର କିଟ୍‌ ଛକରୁ ସିଲିକନ ଇନଷ୍ଟିଚ୍ୟୁଟ ପର୍ଯ୍ୟନ୍ତ ଗଣଦୌଡ଼ ହେବ। ଏହି ଗଣଦୌଡ଼ରେ ଭାଗ ନେବାକୁ ଚାହୁଁଥିବା ଲୋକେ ସକାଳ ୫ଟାରେ କିଟ୍‌ ଛକରେ ଏକାଠି ହେବେ। ୬ଟାରୁ ଗଣଦୌଡ଼ ଆରମ୍ଭ ହେବ। ଏହି ଗଣଦୌଡ଼ରେ ବହୁ ମହିଳା ଏବଂ ପୁରୁଷ ଭାଗ ନେବେ ବୋଲି ଜଣାପଡ଼ିଛି।

ବଲିଉଡ ଅଭିନେତା ମିଲିନ୍ଦ ସୋମାନ୍‌ ଏବଂ ରିମା ସଂଘବୀ ଏହି ପିଙ୍କାଥନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମହିଳାମାନେ କିପରି ଫିଟ୍ ରହିବେ ସେଥିପାଇଁ ପିଙ୍କାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ମହିଳାମାନଙ୍କୁ ଗଣଦୌଡ଼ରେ ସାମିଲ୍ କରାଯାଇ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଫିଟ୍ ରଖିବା ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି।

ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଠିକ ସମୟରେ ଶୋଇବା, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା, ଦୈନନ୍ଦିନ ବ୍ୟାୟାମ କରିବା ନିହାତି ଦରକାର। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଥିବାରୁ ପିଙ୍କାଥନ କାର୍ଯ୍ୟକ୍ରମ ଗତ ୪ ବର୍ଷ ହେଲା ଆୟୋଜନ କରାଯାଇ ଆସୁଛି।

ମହିଳାମାନଙ୍କ ସ୍ତନ କର୍କଟ ଭଳି ରୋଗ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ‘ପିଙ୍କାଥନ’ ଗଣଦୌଡ଼ର ଆୟୋଜନ କରାଯାଉଛି।

Comment