ଓଡ଼ିଶାଲାଇଭ ବ୍ୟୁରୋ

ମହିଳାମାନଙ୍କ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଆୟୋଜିତ ହୋଇଛି ଗଣଦୌଡ଼ ‘ପିଙ୍କାଥନ’। ଭୁବନେଶ୍ୱର କିଟ୍‌ ଛକରୁ ସିଲିକନ ଇନଷ୍ଟିଚ୍ୟୁଟ ପର୍ଯ୍ୟନ୍ତ ଗଣଦୌଡ଼ ହୋଇଥିଲା। ଏହି ଗଣଦୌଡ଼ ସକାଳ ୬ଟାରେ କିଟ୍‌ ଛକଠାରୁ ଆରମ୍ଭ ହୋଇଥିଲା। ଏଥିରେ ବହୁ ମହିଳା ଏବଂ ପୁରୁଷ ଭାଗ ନେଇଥିଲେ।

୫ଟି ଦେଶ ଏବଂ ଭାରତର ୧୦୦ ସହରରେ ୧୨ ହଜାର ମହିଳାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପିଙ୍କାଥନର ଆମ୍ଵାସାଡାର ମୌସୁମୀ ମିଶ୍ର ପତକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମହିଳା କ୍ରିଡ଼ାବିତ ଅନୁରାଧା ବିଶ୍ଵାଳ ଓ ଅଂଶିକା ମଧ୍ୟ ଯୋଗ ଦେଇଥିଲେ।

ବଲିଉଡ ଅଭିନେତା ମିଲିଣ୍ଡ ସୋମାନ୍‌ ଏବଂ ରିମା ସଂଘବୀ ଏହି ପିଙ୍କାଥନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମହିଳାମାନେ କିପରି ଫିଟ୍ ରହିବେ ସେଥିପାଇଁ ପିଙ୍କାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ମହିଳାମାନଙ୍କୁ ଗଣଦୌଡ଼ରେ ସାମିଲ୍ କରାଯାଇ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଫିଟ୍ ରଖିବା ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି।

ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଠିକ ସମୟରେ ଶୋଇବା, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା, ଦୈନନ୍ଦିନ ବ୍ୟାୟାମ କରିବା ନିହାତି ଦରକାର। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଥିବାରୁ ପିଙ୍କାଥନ କାର୍ଯ୍ୟକ୍ରମ ଗତ ୪ ବର୍ଷ ହେଲା ଆୟୋଜନ କରାଯାଇ ଆସୁଛି।

ମହିଳାମାନଙ୍କ ସ୍ତନ କର୍କଟ ଭଳି ରୋଗ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ‘ପିଙ୍କାଥନ’ ଗଣଦୌଡ଼ର ଆୟୋଜନ କରାଯାଉଛି।

Comment