ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ସାକ୍ଷୀଗୋପାଳ ବୀରଗୋବିନ୍ଦପୁରଠାରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣା ଘଟିଛି। ଏକ ବସ ରାସ୍ତା କଡ଼କୁ ଓଲଟି ପଡିବାରୁ ୫ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେହିପରି ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

‘ଶ୍ରୀଦୁର୍ଗା’ ନାମକ ଏକ ବସ୍‌ ପୁରୀରୁ ଭୁବନେଶ୍ଵର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ବୀରଗୋବିନ୍ଦପୁରଠାରେ ଏକ ବାଇକ ସାମ୍ନାକୁ ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ବସ୍‌ଟି ନିଜର ଭାରସମ୍ୟ ହରାଇ ରାସ୍ତାକଡ଼ ଖାଲକୁ ଖସି ପଡ଼ିଥିଲା। ଫଳରେ ୪୫ ଯାତ୍ରୀ ଆହତ ହୋଇଥିଲେ।

ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Comment