ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅପକମିଙ୍ଗ ଫିଲ୍ମ ତାନାଜୀର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଅଭିନେତା ଅଜୟ ଦେବଗନଙ୍କୁ କିଛି ଭିନ୍ନ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମର ପୋଷ୍ଟର ଅଜୟ ଦେବଗନ ତାଙ୍କର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେଆର କରିଛନ୍ତି।

ଆସନ୍ତା ଜାନୁଆରୀ ୧୦ ତାରିଖରେ ରିଲିଜ ହେବାକୁ ଥିବା ଏହି ତାନାଜୀ ଫିଲ୍ମ ମରାଠା ଶାସକ ଶିବାଜୀଙ୍କ ସେନାପତିଙ୍କ ଜୀବନ କାହାଣୀ ଉପରେ ନିର୍ମିତ ହେଉଛି।

ଏହି ଫିଲ୍ମରେ ଦର୍ଶକ ସପ୍ତଦଶ ଶତାବ୍ଦୀର ସେହି ଗୌରବମୟ ଇତିହାସ ଦେଖିବାକୁ ପାଇବେ। ଫିଲ୍ମରେ ଅଜୟ ଦେବଗନଙ୍କ ସହ ସୈଫ୍ ଅଲ୍ଲୀ ଖାନ୍ ଓ କାଜଲ ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ଥ୍ରୀ-ଡିରେ ମୁକ୍ତିଲାଭ୍ କରିବ।

Comment