ଓଡ଼ିଶାଲାଇଭ ବ୍ୟୁରୋ

ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇବାକୁ ଆସିବ ଆଇନ। ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଆଇନ ଆସିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏନେଇ ନୂଆ ଆଇନ ଆଣିବାକୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଛନ୍ତି। ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ବମ୍ଵେ, ମାଡ୍ରାସ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ସୋସିଆଲ ମିଡିଆରେ ଆଧାର କାର୍ଡ ଲିଙ୍କ କରିବାକୁ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାକୁ ସୁପ୍ରିମ୍‌କୋର୍ଟ ନିଜ ପାଖକୁ ନେଇ ଆସିଛନ୍ତି। ୨୦୨୦ ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସରକାର ଏହାକୁ ନେଇ ନୂଆ ନିୟମ ପ୍ରଣୟନ କରିବା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣୀ କରିବେ।

ଫେସ୍‌ବୁକ ଓ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ସମୟରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଫଟୋ ଏବଂ ନାଁକୁ ବ୍ୟବହାର କରି ଅପପ୍ରଚାର କରୁଛନ୍ତି। ଏହାସହ ଫେସ୍‌ବୁକରୁ ଫଟୋ ନେଇ ଅପବ୍ୟବହାର କରାଯାଉଛି। ଏହାକୁ ନେଇ ଫେସବୁକରେ ଆଧାର କାର୍ଡ ଲିଙ୍କ କରିବାକୁ ଦାବି ହୋଇଥିଲା।

Comment