ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର ୨୪ତାରିଖରେ ହ୍ୱାଇଟ୍ ହାଉସରେ ପାଳିବେ ଦୀପାବଳି। ଭାରତରେ ଅକ୍ଟୋବର ୨୭ ତାରିଖରେ ଦୀପାବଳି ପାଳନ ହେବାକୁ ଥିବାବେଳେ ଏହାର ତିନିଦିନ ପୂର୍ବରୁ ହ୍ୱାଇଟ୍ ହାଉସରେ ଦୀପାବଳି ପାଳିବେ ଟ୍ରମ୍ପ।

ଗୁରୁବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ଦୀପ ଜାଳି ଆନୁଷ୍ଠାନିକ ଭାବେ ଦିପାବଳୀର ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଭାବେ ଏହା ହେଉଛି ତାଙ୍କର ତୃତୀୟ ଦୀପାବଳୀ। ୨୦୧୭ରେ ପ୍ରଥମ ଥର ପାଇଁ ସେ ଦୀପାବଳି ପାଳନ କରିଥିଲେ। ସେହିପରି ୨୦୧୮ରେ ଭାରତୀୟ ରାଷ୍ଟ୍ରଦୂତ ନବତେଜ ସରନାଙ୍କ ସହ ହ୍ୱାଇଟ୍ ହାଉସରେ ଦୀପାବଳି ପାଳିଥିଲେ।

ତାଙ୍କ ପୂର୍ବରୁ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରୁଥିଲେ। ସର୍ବପ୍ରଥମେ ସେ ଏହି ପରମ୍ପରା ହ୍ୱାଇଟ୍ ହାଉସରେ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here