ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଧରାପଡ଼ିଲେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଜଗତପୁର ଥାନା ପୋଲିସ ବୁଧବାର ଏହି ଚେନ୍‌ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିଲା ବେଳେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ।

ଏହି ଲୁଟେରା ଗ୍ୟାଙ୍ଗରେ ପୋଲିସ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୧୩ଟି ସୁନାଚେନ୍ ସହ ଦୁଇ ହଳ ସୁନା କାନଫୁଲ ଓ ଗୋଟିଏ ସୁନା ଲକେଟକୁ ପୋଲିସ୍ ଜବତ କରିଛି।

କଟକର ଲଖନପୁର ଅଞ୍ଚଳରେ ସୁନାଚେନ୍‌ ଲୁଟ୍ ହେବା ଘଟଣାକୁ ନେଇ ଗତ ୧୩ତାରିଖରେ ଅଭିଯୋଗ ହୋଇଥିଲା। ଲଖନପୁର ଅଞ୍ଚଳର ସୌମ୍ୟ ରଞ୍ଜନ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସହ ଘରକୁ ଆସୁଥିବା ସମୟରେ ଗୋଟିଏ ଗାଡ଼ିରେ ଦୁର୍ବୃତ୍ତ ଆସି ତାଙ୍କର ଏକ ସୁନା ଚେନ୍ ଛିଡ଼ାଇନେଇଥିଲେ। ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ତାଙ୍କର ଅଭିଯୋଗ ପରେ ପୋଲିସ୍ ଏହାର ଛାନଭିନ୍ ଆରମ୍ଭ କରିଥିଲା। ଗୁରୁବାର ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସମର୍ଥ ହୋଇଛି।

Comment